ଜବତ ମାଂସପେଶୀ ଓ ହାଡର କରାଯିବ DNA ଟେଷ୍ଟ - ରାଜଧାନୀ ପେଟ୍ରୋଲ ପମ୍ପ ବିଷ୍ଫୋରଣ
ଭୁବନେଶ୍ବର: ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା । ଏଲପିଜି ଗ୍ୟାସ ରିଫିଲିଙ୍ଗ ବେଳେ 4 ଜଣ କର୍ମଚାରୀ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ 3 ଜଣଙ୍କର ପରିଚୟ ମିଳିଛି । ଅନ୍ୟପଟେ ଆଉ ଜଣଙ୍କର ପରିଚୟ ମିଳିନାହିଁ। ଜବତ ମାଂସପେଶୀ ଖଣ୍ଡର DNA ଟେଷ୍ଟ କରାଯିବ। ମାଂସପେଶୀ ଓ ହାଡ ଖଣ୍ଡକୁ ଫରେନ୍ସିକୁ ପଠାଯିବ। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନୀୟ ଅଞ୍ଚଳକୁ ମୁକ୍ତ କରାଯିବା ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।