ଓଡିଶା

odisha

ETV Bharat / videos

କୋରୋନା ପାଇଁ ଫିକା ପାର୍ବଣ, ମୂର୍ତ୍ତି ବିକ୍ରି ଚିନ୍ତାରେ କାରିଗର - କଟକ କୁମ୍ଭାର ସାହି

🎬 Watch Now: Feature Video

By

Published : Aug 8, 2020, 4:48 PM IST

କଟକ: ପାର୍ବଣ ଋତୁ ଆରମ୍ଭ ହେଲେ ମୂର୍ତ୍ତି ଗଢିବାରେ ନିମଗ୍ନ ହୋଇପଡନ୍ତି କାରିଗରମାନେ। ସେମାନେ ନିଜର ହାତର ସ୍ପର୍ଶରେ ମୂର୍ତ୍ତିକୁ ଦେଇଥାନ୍ତି ଜୀବନଦାନ । କିନ୍ତୁ ଚଳିତବର୍ଷ ସେହି କାରିଗରଙ୍କ ସ୍ଥିତି କିଛି ଅଲଗା । ସେମାନେ ଏବେ ହାତଗୋଡ଼ ବାନ୍ଧି ବସି ରହିଛନ୍ତି । କାରଣ କୋରୋନା ମହାମାରୀ ଯୋଗୁଁ ପୂଜାପର୍ବରେ ଲାଗିଛି କଟକଣା । ବିଶେଷ କରି ସ୍କୁଲ, କ୍ଲବ ଓ ପବ୍ଲିକ ସ୍ଥାନରେ ପୂଜା କରିବା ପାଇଁ ବାରଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ କୌଣସି କାରିଗରଙ୍କ ପାଖକୁ ମୂର୍ତ୍ତିର ଅର୍ଡର ଆସିନାହିଁ । ଯାହାଫଳରେ କଟକ କୁମ୍ଭାର ସାହିରେ ପ୍ରାୟ ୬୦ ପରିବାର ଏବେ ଚିନ୍ତାରେ । ପାର୍ବଣ ଋତୁରେ ସେମାନେ ମୂର୍ତ୍ତି ଗଢି ଯାହା ରୋଜଗାର କରନ୍ତି ସେଥିରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେମାନଙ୍କ ପରିବାର ଚଳିଯାଏ। କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ ପ୍ରଭାବିତ ହୋଇଛି ସେମାନଙ୍କ ବେଉସା। ଯେଉଁମାନେ ଏହି ବ୍ୟବସାୟ ପାଇଁ ଲକ୍ଷଲକ୍ଷ ଟଙ୍କା କରଜ କରି ବିନିଯୋଗ କରିସାରିଛନ୍ତି, ସେମାନେ କିଭଳି ଏହା ସୁଝିବେ ତାହା ଏବେ ସେମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ABOUT THE AUTHOR

...view details