‘କୋରୋନା ମୁକାବିଲା ପାଇଁ ସବୁ ମେଡିକାଲରେ ଡାକ୍ତର ନିଯୁକ୍ତି କରାଯାଉ’
ଭୁବନେଶ୍ବର: ବିଧାନସଭା ସମ୍ମିଳନୀ କକ୍ଷରେ କୋରୋନା ସତର୍କତା ନେଇ ଗୁରୁତ୍ତ୍ବପୂର୍ଣ୍ଣ ଆଲୋଚନା ହୋଇଯାଇଛି । କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ଓ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ପରେ ବିଧାନସଭା ପରିସରରେ ସାର୍ବଜନୀନ ଭାବରେ ଏକ ହାତ ଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ନେତା, ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଯୋଗଦେଇ ହାତ ଧୋଇଥିଲେ ।