ରାଜ୍ୟ ସରକାରଙ୍କୁ ନରସିଂହଙ୍କ ପ୍ରଶ୍ନ; ନାଥୁରାମ ମୂର୍ତ୍ତି ପାଇଁ ଜାଗାର ବନ୍ଦୋବସ୍ତ କରିବେ କି ?
ଭୁବନେଶ୍ବର: ଶୀତଅଧିବେଶନର ତୃତୀୟ ଦିନରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଜନିତ ଭୁଲ ତଥ୍ୟକୁ ନେଇ ବିଧାନସଭା ହୁଲ୍ସ୍ତୁଲ୍ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ସହ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମର ମୂର୍ତ୍ତି ପ୍ରତିଷ୍ଠା କରିବାକୁ ଜାଗାର ବନ୍ଦୋବସ୍ତ କରିବେ କି ବୋଲି ତାତ୍ସଲ୍ୟ କରି କହିଥିଲେ । ସୂଚନା ଅନୁଯାୟୀ, ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ପାଳୁଥିବାବେଳେ ସରକାରଙ୍କ ଦ୍ଵାରା ମୁଦ୍ରିତ ଏକ ବ୍ରୋଚର(ଲିଫଲେଟ)ରେ ଗାନ୍ଧିଜୀଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଲେଖାଯାଇଛି ।