ଓଡିଶା

odisha

ETV Bharat / videos

କଟକରେ କୋରୋନା ନିୟନ୍ତ୍ରଣ କରିବ କି ପୂଜା କମିଟି !

By

Published : Jun 30, 2020, 5:25 PM IST

କଟକ: ସିଲଭର ସିଟିରେ କାୟା ବିସ୍ତାର କରୁଛି କୋରୋନା। ବଢୁଛି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବାକୁ ଆଗଭର ହୋଇଛନ୍ତି ସହରର ପୂଜା କମିଟି।ସହରରେ ଯେଉଁ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହୋମକ୍ବାରଣ୍ଟାଇନରୁ ବୋଲି ଜଣା ପଡ଼ିଛି। ବିଶେଷକରି ଯେଉଁମାନେ ହୋମକ୍ବାରଣ୍ଟାଇନରେ ରହୁଛନ୍ତି ସେମାନେ ଆଇନ ଉଲ୍ଲଂଘନ କରି ବାହାରେ ବୁଲୁଛନ୍ତି । ଯେଉଁ କାରଣରୁ ସହରରେ କୋରୋନା ବ୍ୟାପୁଥିବାର ଜଣା ପଡୁଛି । ତେବେ ଏହା ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଛନ୍ତି ସହରର ପୂଜା କମିଟିର କର୍ମକର୍ତ୍ତା । ଏନେଇ ପୂର୍ବାଞ୍ଚଳ ପୂଜା କମିଟି ପକ୍ଷରୁ ସଜାଗ ରହିବାକୁ ସହରର ୧୭୯ ଟି ପୂଜା କମିଟିକୁ ଅନୁରୋଧ କରିଛନ୍ତି।

ABOUT THE AUTHOR

...view details