ତାଲା ବନ୍ଦ:ଫାଙ୍କା ପଡିଛି ଫଳ ଦୋକାନ, ଲୋକଙ୍କ ନାହିଁ ଭିଡ - କୋରୋନା ଭାଇରସ୍ ଲକ୍ଷଣ
ଭୁବନେଶ୍ବର:କୋରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଲାଗୁ ହୋଇଛି । ସେଥିପାଇଁ ଘରୁ ଲୋକମାନେ ବାହାରକୁ ନ ଆସିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀରେ ଲକଡାଉନ କାରଣରୁ ରାସ୍ତା ଘାଟ ଖାଁ ଖାଁ ହୋଇପଡିଛି । ଏପଟେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ରାଜଧାନୀରେ ଖୋଲା ଥିବା ବିଭିନ୍ନ ଫଳ ଦୋକାନ ଫାଙ୍କା ପଡିଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନ ସମୟରେ କିଭଳି ଚାଲିଛି ଶ୍ରୀୟା ଟକିଜ୍ ଫଳ ବ୍ୟବସାୟୀଙ୍କ ବେପାର ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଲକ୍ଷ୍ମୀକାନ୍ତ ଦାସ । ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ