ଫିଲ୍ମଷ୍ଟାରଙ୍କ ଗହଣରେ 'ବନ୍ଦେ ଉତ୍କଳ ଜନନୀ' ଗାଇଲା କମିଶନରେଟ ପୋଲିସ - ପୋଲିସ ସେବା ଭବନରେ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାମୁହିକ ଭବନରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଛନ୍ତି ରାଜ୍ୟବାସୀ । ପୋଲିସ ସେବା ଭବନରେ ମଧ୍ୟ ଏହି ସଙ୍ଗୀତ ଗାନ କରାଯାଇଛି । ଫିଲ୍ମ ଷ୍ଟାରଙ୍କ ଗହଣରେ ବନ୍ଦେ ଉତ୍କଳ ଗାନ କରିଛନ୍ତି ପୋଲିସ କମିସନର। ଏହା ସହ ଆଡସିନାଲ କମିସନରଙ୍କ ସହ କମିସନରେଟ ପୋଲିସ ଅଧିନରେ କାର୍ଯରତ ପୋଲିସ କର୍ମଚାରୀ ଉପସ୍ଥିତ ହୋଇ ଏକ ସ୍ବତନ୍ତ୍ର ଏବଂ ନିଆରା ଢଙ୍ଗରେ ଏହି ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଅଭିନେତା ସବ୍ୟସାଚୀ, ଆକାଶ ଓ ଅଭିନେତ୍ରୀ ଅନୁଚୌଧୁରୀ, ଅନୁଭା ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ବରରୁ ତାପସ ପଡିଡା, ଇଟିଭି ଭାରତ