ଓଡିଶା

odisha

By

Published : Oct 11, 2021, 10:54 PM IST

ETV Bharat / videos

ମଣ୍ଡପରେ ପବିତ୍ର ଷଷ୍ଠୀ ପୂଜା, ମା'ଙ୍କ ବେଲ ବରଣ ନୀତି ସମ୍ପନ୍ନ

ଭୁୁବନେଶ୍ବର: ଜଗତ୍‌ଜନନୀ ମା' ଦୁର୍ଗାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ। ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ । ପରମ୍ପରା ଅନୁୟାୟୀ ବିଭିନ୍ନ ରୀତିନୀତିରେ ମା' ଙ୍କ ଷଷ୍ଠୀ ପୂଜା ସମ୍ପନ୍ନ କରାଯାଇଛି । ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ କରାଯାଇଛି । ଆଜିଠାରୁ ମା' ଙ୍କୁ ଆବାହନ କରାଯାଏ । ବେଲ ବୃକ୍ଷରୁ ଡାଳ ଆଣି ମାଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ । ଆସନ୍ତାକାଲି ମଣ୍ଡପରେ ସପ୍ତମୀ ପୂଜା ଅନୁଷ୍ଠିତ ହେବ। ଏହି ତିଥିରେ ମାଙ୍କ ଚକ୍ଷୁଦାନ କରାଯାଇଥାଏ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details