ଲକଡାଉନ କଟକଣା କଡାକଡି: ସକାଳ 6ରୁ ଦିନ 1ଟା ଯାଏଁ ଦୋକାନ ଖୋଲା - କୋରୋନା ସଂକ୍ରମଣ
ବ୍ରହ୍ମପୁର: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମରେ ପାଳନ ହେବ ଲକଡାଉନ । ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ଯେଉଁ ଲକଡାଉନ ନିୟମ ଜାରି କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ ଜିଲ୍ଲାରେ ଜାରି ରହିବ । ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅତ୍ୟାବଶ୍ୟକୀୟ ଦୋକାନ ସକାଳ 6 ଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲାରହିବ । ଏହି ସମୟରେ ଜନସାଧାରଣ ଶୃଙ୍ଖଳାର ସହ କଟକଣାକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବିନା ମାସ୍କରେ କେହି ବାହାରକୁ ନଯିବା ସହ ବଜାରରେ 6 ଫୁଟ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ବାହାରକୁ ଗଲେ ଯଦି ସଂକ୍ରମିତ ହୁଅନ୍ତି ତେବେ ପରିବାରର ବୟସ୍କ ବ୍ୟକ୍ତି ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ବିପଦ ରହିଛି । ଏଣୁ ସମସ୍ତେ ଗହଳି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।