ଅପରାଧୀଙ୍କୁ ଧରିବା ପାଇଁ ଟ୍ବିନ ସିଟିରେ ଉଡିବ ଡ୍ରୋନ
ଭୁବନେଶ୍ବର: କମିଶନରେଟ ପୋଲିସର 13ତମ ପ୍ରତିଷ୍ଠା ଦିବସରେ ରାଜ୍ୟକୁ ଅପରାଧ ମୁକ୍ତ କରିବାକୁ ଯୋଜନା । ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଟ୍ବିନ ସିଟିରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଡ୍ରୋନର ସହାୟତା ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଏଥିପାଇଁ 5 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।