41 ହଜାର ଉପରେ ସେନସେକ୍ସ, ମାଲାମାଲ ନିବେଶକ
ମୁମ୍ବାଇ: ଗୁରୁବାର ପୁଞ୍ଜି ବଜାରରେ ଜବରଦସ୍ତ ଅଭିବୃଦ୍ଧି । ଆମେରିକା ରାଷ୍ଟ୍ରପତି ନିର୍ବାଚନର ଅନିଶ୍ଚିତତା ଫଳାଫଳ ମଧ୍ୟରେ ଗ୍ଲୋବାଲ ମାର୍କେଟ ସକରାତ୍ମକ ଥିବା ବେଳେ ଏହାର ପ୍ରଭାବରେ ଘରୋଇ ବଜାରରେ ଦେଖିଦେଇଛି ପ୍ରବଳ ପ୍ରଫିଟ । ସେନସେକ୍ସ 41 ହଜାର ମାର୍କ ଟପିଛି । ଏକ ମଜବୁତ ଆରମ୍ଭ ସହ ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 724.02 ପଏଣ୍ଟ ବୃଦ୍ଧି ପାଇ 41,340.16 ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 211.80 ପଏଣ୍ଟ ବଢି 12,120.30 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସର ସମସ୍ତ ସେୟାର ସବୁଜରେ କାରବାର ବନ୍ଦ କରିଛି ।