ମାର୍କେଟ ଅପଡେଟ: 59 ପଏଣ୍ଟ ଖସିଲା ସେନସେକ୍ସ, ରେକର୍ଡ ସ୍ତରରେ ସୁନା - ସୁନା ଦାମ
ମୁମ୍ବାଇ: ଲଗାତାର 5 କାରବାର ଦିନରେ ଜାରି ରହିଥିବା ଅଭିବୃଦ୍ଧିରେ ଲାଗିଛି ବ୍ରେକ । ବୁଧବାର ବିଏସଇ ସେନସେକ୍ସ 59 ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ 50 ସେୟାର ଆଧାରିତ ସୂଚକାଙ୍କ ନିଫ୍ଟି 29.65 ପଏଣ୍ଟ ହ୍ରାସ ସହ 11,132.60ରେ କାରବାର ଶେଷ କରିଛି । ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦାମ ନୂଆ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବୁଧବାର 10 ଗ୍ରାମ ସୁନା ଦାମ 430 ଟଙ୍କା ବଢି 50,920 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା 60,400 ଟଙ୍କା ଛୁଇଁଛି ।