ବ୍ୟାଙ୍କିଙ୍ଗ ଓ ଫାଇନାନ୍ସ ଷ୍ଟକ ସେୟାର ମଜବୁତ, 39 ହଜାର ଟପିଲା ସେନସେକ୍ସ - ସେପ୍ଟେମ୍ବର 15 ବଜାର
ମୁମ୍ବାଇ: ସବୁଜ ସଙ୍କେତରେ ସେନସେକ୍ସ ଓ ନିଫ୍ଟି । ସୁଦୃଢ ବୈଶ୍ବିକ ସଙ୍କେତ ମଧ୍ୟରେ ଅଭିବୃଦ୍ଧି ସହ ବନ୍ଦ ହୋଇଛି ଘରୋଇ ସେୟାର ବଜାର । ବ୍ୟାଙ୍କିଙ୍ଗ ଓ ଫାଇନାନ୍ସ ସେୟାରର ଡିମାଣ୍ଡ ବଢିବା ଯୋଗୁଁ ବଜାରରେ ପ୍ରଫିଟ ଦେଖାଦେଇଛି । ବିଏସଇ 30 ସେୟାର ସେନସେକ୍ସ 287.72 ପଏଣ୍ଟ ବୃଦ୍ଧି ହୋଇ 39,044.35 ରେ ପହଞ୍ଚିଛି । ସେହିଭଳି ନ୍ଯାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 81.75 ପଏଣ୍ଟ ଉଛୁଳି 11,521.80ରେ ପହଞ୍ଚିଛି ।