ଓଡିଶା

odisha

ETV Bharat / videos

ବଜାରରେ ହାହାକାର, 1115 ପଏଣ୍ଟ ଖସିଲା ସେନସେକ୍ସ - ବଜାରରେ ହାହାକାର

By

Published : Sep 24, 2020, 6:17 PM IST

ମୁମ୍ବାଇ: କୋଭିଡ-19 ସଂକ୍ରମଣ ବୃଦ୍ଧି ଓ ବିଦେଶୀ ଫଣ୍ଡରେ ଭାରୀ ଆଉଟଫ୍ଲୋ ଯୋଗୁଁ ଘରୋଇ ସେୟାର ବଜାର ହାହାକାର । ଗତ 6 କାରବାରରେ ବଜାର ଲଗାତାର ଖସୁଛି । ଯାହା ଫଳରେ ନିବେଶକଙ୍କୁ 10 ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି । ଗୁରୁବାର ବିଏସଇ ସେନସେକ୍ସ 1,114.82 ପଏଣ୍ଟ ହ୍ରାସ ହୋଇ 36,553.60 ରେ ବନ୍ଦ ହୋଇଥିଲାବେଳେ ନିଫ୍ଟି 326 ପଏଣ୍ଟ ହ୍ରାସ ସହ 10,805.55. ପଏଣ୍ଟରେ ପହଞ୍ଚିଛି । ଦୁର୍ବଳ ବଜାର ଧାରଣ ଯୋଗୁଁ ବିଏସଇରେ ଲିଷ୍ଟେଡ କମ୍ପାନୀର ବଜାର ପୁଞ୍ଜିକରଣ ହ୍ରାସ ହୋଇ 149.26 କୋଟି ଟଙ୍କା ରହିଛି । ଯାହାକି ସେପ୍ଟେମ୍ବର 16ରେ 160.08 ଲକ୍ଷ କୋଟି ଟଙ୍କା ଥିଲା ।

ABOUT THE AUTHOR

...view details