ମାର୍କେଟ ରାଉଣ୍ଡଅପ: 5ମ ଦିନରେ ବଜାର ସବୁଜରେ ବନ୍ଦ, ପେଟ୍ରୋଲ ମହଙ୍ଗା - ବଜାର ହାଲଚାଲ
ମୁମ୍ବାଇ: ଫାଇନାନ୍ସ ସେୟାରରେ ବୃଦ୍ଧି ଓ ବିଦେଶୀ ପାଣ୍ଠିର ଲଗାତାର ଅଭିବୃଦ୍ଧି ମଧ୍ୟରେ ଗୁରୁବାର ସେୟାର ବଜାର ସବୁଜରେ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 39.55 ପଏଣ୍ଟ ବଢି 39,113.47 ରେ କାରବାର ବନ୍ଦ କରିଥିବା ବେଳେ ଏନଏସଇ ନିଫ୍ଟି 9.65 ପଏଣ୍ଟ ଉଛୁଳି 11,559.25ରେ ପହଞ୍ଚିଛି । ସେପଟେ ପେଟ୍ରୋଲ ଦାମ ଗୁରୁବାର ପୁଣି ବଢିଛି । ହେଲେ ଡିଜେଲ ଦାମ ସ୍ଥିର ରହିଛି ।