ଓଡିଶା

odisha

By

Published : Aug 5, 2020, 5:38 PM IST

ETV Bharat / videos

ବର୍ଷକରେ 40 ହଜାର କୋଟି ଟଙ୍କା କ୍ଷତି ସହିଛି ଜାମ୍ମୁକାଶ୍ମୀର

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା 370, 35(ଏ)କୁ ଉଚ୍ଛେଦ କରି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବାକୁ ବର୍ଷେ ବିତିଛି । ହେଲେ ଏବେ ବି ଏଠାରେ ଆର୍ଥିକ ଅନିଶ୍ଚିତତାର କଳା ବାଦଲ ଘୋଟି ରହିଛି । ରାଜସ୍ବ ହ୍ରାସ ଓ ବେକାରୀର ଚାପ ଯେପରି ଭସ୍ବର୍ଗର ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । 2019 ଅଗଷ୍ଟ 5 ତାରିଖ । ସଂସଦର ଉଭୟ ଗୃହରେ ହଟ୍ଟଗୋଳ ମଧ୍ୟରେ ଗୃହମନ୍ତ୍ରୀ ନିଜର ଭାଷଣ ରଖୁଥାନ୍ତି। ଆଉ ଏହି ସମୟରେ ଜାମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ କରି କହିଥିଲେ କି, ‘‘ ଜାମ୍ମୁ ଓ କାଶ୍ମୀର ଭାରତର ମୁକୁଟ ମଣି । ଆମକୁ 5 ବର୍ଷ ଦିଅନ୍ତୁ, ଏହାକୁ ଦେଶର ସବୁଠୁ ବିକଶିତ ରାଜ୍ୟ ଭାବେ ଗଢି ଦେଖାଇବୁ ’’। ଏବେ 1 ବର୍ଷ ବିତିସାରିଛି, ଆଉ ଏହାର ଆର୍ଥିକ ସ୍ଥିତି ଏତେଟା ସ୍ବଚ୍ଛଳ ନାହିଁ , ଯେଉଁଭଳି ପ୍ରତିଶ୍ରୁତି କରାଯାଇଥିଲା । ବାସ୍ତବରେ ଏଠାକାର ବାସିନ୍ଦାଙ୍କ କହିବା ଅନୁସାରେ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ସ୍ଥିତି ଆହୁରି ଖରାପ ହୋଇଯାଇଛି । ତଥ୍ୟ ଅନୁସାରେ ଆର୍ଥିକ ବିକାଶ ଏବଂ ରୋଜଗାର ମାମଲାରେ କେନ୍ଦ୍ର ଶାସିତ ଅଞ୍ଚଳକୁ ବଡ ପରିମାଣରେ କ୍ଷତି ସହିବାକୁ ପଡୁଛି ।

ABOUT THE AUTHOR

...view details