ପତିତପାବନଙ୍କ ମଙ୍ଗଳ ଆଳତୀ, ବିଶ୍ବନିୟନ୍ତାଙ୍କ ପାଖରେ ପୂଜାପଣ୍ଡାଙ୍କ ଅଳି - devotional-video
ପୁରୀ:ଭକ୍ତର ଭାବରେ ବନ୍ଧା ଭାବ ବିନୋଦିଆ। ସେ ତାର ଡୋରି ଲଗାଇ ଭକ୍ତଙ୍କୁ ତା ପାଖକୁ ଟାଣି ଆଣେ। କାଳିଆର କୃପା ଦୃଷ୍ଟି ପଡିଲେ ବିପଦ ଦୂରେଇ ଯାଇ ସୁଖର ବର୍ଷା ହୁଏ। ପ୍ରତିଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ପତିତପାବନ ଆଳତୀ ହୋଇଯାଇଛି । ଜଗତବାସୀଙ୍କ ଦୁଃଖ ହରଣ ପାଇଁ ପୂଜାପଣ୍ଡା ବିଶ୍ବନିୟନ୍ତାଙ୍କ ପାଖରେ ଅଳି କରିଛନ୍ତି।