ଓଡିଶା

odisha

ETV Bharat / videos

Odisha Assembly Winter Session: ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କୁ ଟାର୍ଗେଟ କଲେ ନରସିଂହ - narasingha mishra targets Naveen Patnaik

By

Published : Dec 4, 2021, 8:28 PM IST

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ । ଗତ ୪ ଦିନ ହେବ ଗୃହ ସ୍ୱାଭାବିକ ଚାଲି ନ ପାରିବାରୁ କ୍ଷୋଭ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଧାନସଭା ଚାରି ଦିନ ଧରି ଚାଲୁନଥିବାରୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ କରିଛନ୍ତି । ଗୃହର ନେତା ଗୃହକୁ ଆସୁନାହାନ୍ତି । ବିରୋଧୀ ଦଳ ପକ୍ଷରୁ ଦିଆଯାଉଥିବା ମୋସନ, ମୁଲତବୀ ନୋଟିସ ଉପରେ ଆଲୋଚନା ହେଉନାହିଁ। ଚାରି ଦିନ ପରେ ବି ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନଥିବାରୁ କଡା ସମାଲୋଚନା କଲେ ନରସିଂହ । ହୋହଲ୍ଲା ପରେ ପରେ ସଙ୍ଗେ ସଙ୍ଗେ ବାଚସ୍ପତି ଗୃହ ମୁଲତବୀ କରିଦେଉଛନ୍ତି। ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details