ମଥୁରା ନଗରୀରେ ଜନ୍ମାଷ୍ଟମୀ ମହୋତ୍ସବ, ଦେଖନ୍ତୁ ମଙ୍ଗଳ ଆରତୀର ଦୃଶ୍ୟ... - ମଙ୍ଗଳ ଆରତୀର ଦୃଶ୍ୟ
ମଥୁରା: ମଙ୍ଗଳବାର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ହୋଇଥିବା ବେଳେ ମଥୁରା ଓ ଇସ୍କନ ମନ୍ଦିରରେ ଆଜି କୃଷ୍ଣ ଜନ୍ମୋତ୍ସୋବ ପାଳିତ ହେଉଛି। ଏହି ଅବସରରେ ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିରରେ ମଙ୍ଗଳ ଆରତୀ ପରିବେଷଣ କରାଯାଇଛି। ଭଗବାନଙ୍କ ଗୀତରେ ଏକ ଭକ୍ତି ରସମୟ ପରିବେଶ ସୃଷ୍ଟି ହେବା ସହ ସେ ସୁନ୍ଦର ଅପରୂପ ରୂପ ଦର୍ଶନ କରି ମନ ଖୁସି ହୋଇଯିବା ସହ ଆଖି ଲାଖିଯାଉଛି। ନଟଖଟିଆ କୃଷ୍ଣ କହ୍ନେୟା। ତାଙ୍କ ଲୀଳା ଖେଳା କେବଳ ଗୋକୁଳ ନୁହେଁ ସାରା ବିଶ୍ବ ଦେଖୁଥିଲା। ତେବେ ଏହି ଲବଣୀ ପ୍ରିୟ କହ୍ନେଇ ପକା ରସିକ। ଥରେ ତାକୁ ଯିଏ ମନ, ମୂନ ଓ ଚୈତନ୍ୟ ଦେଇ ଭଲ ପାଇଲା ସେ କ୍ଷଣିକ ମଧ୍ୟରେ ତାର ହୋଇଯିବେ।