କପିଳାଶ ପୀଠରେ ଭୋର ୪ଟା ୨୦ରେ ଉଠିଲା ମହାଦୀପ - dhenkanal kapilash pitha
🎬 Watch Now: Feature Video
ଢେଙ୍କାନାଳ: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାଶରେ ମହାଶିବରାତ୍ରୀ ଅନୁଷ୍ଠିତ ହୋଇଯାଇଛି। ତେବେ କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ଜାଗରଯାତ୍ରାରେ ଜିଲ୍ଲା ବାହାର ଭକ୍ତଙ୍କୁ କପିଳାଶକୁ ଆସିବାକୁ ବାରଣ କରାଯାଇଥିଲା। ସଂନ୍ଧ୍ୟା ପରେ ବାବାଙ୍କର ଷୋଡଶ ଉପଚାରରେ ପୂଜା ରୀତିନୀତି କରାଯାଇଥିଲା। ପରେ ବାବାଙ୍କର ରାଜା ରାଜେଶ୍ବର ବେଶ ଓ ନାଗାବରଣ ବେଶ କରାଯାଇଛି। ଏହାପରେ ସାତଥର ବେଢା ପରିକ୍ରମା କରା ଯାଇ ମନ୍ଦିର ଚୁଡାକୁ ମହାଦୀପ ଉଠାଯାଇଛି। ତେବେ ଆଜି ଭୋର ୪ଟା ୨୦ମିନିଟରେ ମନ୍ଦିର ମୁଖ୍ୟ ସେବାୟତ ଦ୍ବାରା ମନ୍ଦିର ଚୂଡାକୁ ମହାଦୀପ ଉଠାଇଥିଲେ। ମନ୍ଦିର ପରିସରରେ ଭକ୍ତମାନଙ୍କର ହରିବୋଲ ହୁଳହୁଳି , ଘଣ୍ଟ ଓ ଶଙ୍ଖ ଧ୍ବନିରେ ପୁରା ଭକ୍ତିମୟ ପରିବେଶରେ କପିଳାଶ ପୀଠ ପ୍ରକମ୍ପିତ ହୋଇ ଉଠିଥିଲା। ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ