ଧୁମ୍ଧାମ୍ରେ ସରିଲା ଗଣେଷ ପୂଜା, ବିଦାୟ ନେଲେ ବିଘ୍ନ ବିନାଶକ - ଖୌରୋତାବାଦରେ ଗଣେଶ ବିସର୍ଜନ
ନିଜାମ ନଗରୀରେ ଧୁମଧାମ୍ର ସହ ବିଘ୍ନ ବିନାଶକ ଗଣପତିଙ୍କ ବିସର୍ଜନ କରାଯାଇଛି । ଖୈରାତାବାଦରେ ସହର ସର୍ବୋଚ୍ଚ ୪୦ ଫୁଟର ଗଣେଶଙ୍କ ବିସର୍ଜନରେ ଜନଗହଳି ଦେଖିବାକୁ ମିଳିଥିଲା । ଆବାଳ ବୃଦ୍ଧବନିତା ସଭିଁଏ ବାଜା ରୋଷଣୀରେ ନାଚି ଗାଇ ଗଣପତିଙ୍କୁ ବିଦାୟ ଦେଇଛନ୍ତି । ସହରରେ ପ୍ରବଳ ବର୍ଷା ଶ୍ରଦ୍ଧାଳୁଙ୍କ ମନରୁ ଗଣପତିଙ୍କ ପ୍ରତି ଶ୍ରଦ୍ଧାକୁ ଭଷାଇ ଦେଇ ପାରିନାହିଁ । ଏହାସହ ବାଲାପୁର ଗଣପତିଙ୍କ ବିସର୍ଜନରେ ମଧ୍ୟ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ବାଲାପୁରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ବିଶାଳ ଲଡ଼ୁ ନିଲାମ କରାଯାଇଛି । ଏହି ଲଡ଼ୁକୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ୍ କରାଯାଇଛି ।
Last Updated : Sep 20, 2021, 1:09 PM IST