ଓଡିଶା

odisha

ETV Bharat / videos

କୂଅରେ ଫସିଲା ହାତୀ, ବିଳମ୍ବିତ ରାତିରେ ଉଦ୍ଧାର କଲା ବନବିଭାଗ

By

Published : Oct 3, 2021, 10:50 AM IST

ବାରିପଦା: କୂଅରେ ପଡ଼ିଲା ହାତୀ । ଦୀର୍ଘ ସମୟର ପ୍ରଚେଷ୍ଟା ପରେ ବନବିଭାଗ ହାତୀକୁ ଉଦ୍ଧାର କରିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଟେମ୍ବଟୋଲା ଗାଁରେ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟ ରୁ ୮ରୁ ୧୦ଟି ହାତୀ ବଙ୍ଗରିପୋଷି ରେଞ୍ଜ ଟେମ୍ବଟୋଲା ଗାଁକୁ ଆସୁଥିବା ବେଳେ ସେମାନଙ୍କୁ ଘଉଡା ଯାଉଥିଲା । ଘଉଡାଇବା ସମୟରେ ହାତୀଟି ଗାଁ ମଝିରେ ଥିବା ଏକ କୂଅରେ ଖସି ପଡ଼ିଥିଲା। ଏନେଇ ବାଙ୍ଗରିପୋଷି ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଏକ ଜେସିବି ସାହାଯ୍ୟରେ କୂଅକୁ ଖୋଲିବା ପରେ ହାତୀଟିକୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା । ବିଳମ୍ବିତ ରାତିରେ ହାତୀକୁ ଉଦ୍ଧାର ପରେ ହାତୀ ଜଙ୍ଗଲ ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ,ଇଟିଭି ଭାରତ

ABOUT THE AUTHOR

...view details