ତିର୍ତ୍ତୋଲ ବିରିତୋଳ ପଞ୍ଚାୟତରେ ଜମୁଛି ପ୍ରଚାର - ତିର୍ତ୍ତୋଲ ବ୍ଲକ୍ରେ ନିର୍ବାଚନ ପ୍ରଚାର
ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ୍ରେ ଅନ୍ତର୍ଗତ ବିରିତୋଳ ପଞ୍ଚାୟତରେ ଜମିଲାଣି ପ୍ରଚାର। ଘରଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ। ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି। ବିରିତୋଳ ପଞ୍ଚାୟତରେ ପ୍ରାୟ 80 ଭାଗ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ରହିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର 2012ରେ ଏହି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ତିର୍ତ୍ତୋଲ ବ୍ଲକରେ ଉପାଧ୍ୟକ୍ଷ ପଦ ପାଇଥିଲେ ସଂଖ୍ୟାଲଘୁ ନେତ୍ରୀ ରୁକ୍ସାନା ବେଗମ । 2017 ନିର୍ବାଚନରେ ମଧ୍ୟ ସେ ବିରିତୋଳ ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତେବେ ପୁଣି ଏଥର ସରପଞ୍ଚ ଭାବେ ମୈଦାନକୁ ସେ ଓହ୍ଲାଇଛନ୍ତି। ଦୀର୍ଘଦିନ ଧରି କ୍ଷମତାରେ ରହିଥିବା ରୁକ୍ସାନା, ପଞ୍ଚାୟତରେ କେତେ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ ଆମେ ସାଧାରଣ ଭୋଟର ଓ ପ୍ରାର୍ଥୀଙ୍କ ପ୍ରତିକ୍ରିୟା ନେଇଥିଲୁ। ଆସନ୍ତୁ ତିର୍ତ୍ତୋଳ ବ୍ଲକର ବିରିତୋଳ ପଞ୍ଚାୟତରେ କଣ ରହିଛି ସାଧାରଣ ଲୋକ ଓ ପ୍ରାର୍ଥୀଙ୍କ ପ୍ରତିକ୍ରିୟା, ଜାଣନ୍ତୁ ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ