ରାଜ୍ୟ ସରକାରଙ୍କ ବିଫଳତା ହିଁ ମୁଖ୍ୟ ପ୍ରସଙ୍ଗ ରହିବ: କଂଗ୍ରେସ
କେନ୍ଦ୍ରାପଡା : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ୩୨ଟି ଜୋନରେ ପ୍ରାର୍ଥି ଘୋଷଣା ଶେଷ କରିଛି। ୨୦୧୨ ପଞ୍ଚାୟତ ନିର୍ବାଚନରେ ୫ରୁ ଅଧିକ ଆସନ ଜିତିଥିବା କଂଗ୍ରେସ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଗୋଟିଏ ହେଲେ ଜିଲ୍ଲା ପରିଷଦ ଆସନ ଦଖଲ କରିବାରେ ସମର୍ଥ ହୋଇନଥିଲା। ତେବେ ନୂଆ ରଣନୀତି ଆପଣେଇ କଂଗ୍ରେସ ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହିଛନ୍ତି ଦଳର ସଭାପତି ତଥା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି। ଭିତରକନିକା,ଖରସ୍ରୋତା,ଆବାସ ଦୁର୍ନୀତି,ରାସ୍ତାଘାଟ ଆଦି ମୌଳିକ ସମସ୍ୟାକୁ ନେଇ କଂଗ୍ରେସ ୫ଜଣ ମଧ୍ୟରେ ପ୍ରଚାର କରିବାକୁ ଥିବା ବେଳେ ଡିଜିଟାଲ କ୍ୟାମ୍ପେନକୁ ଅଧିକ ସକ୍ରିୟ କରାଯିବ ବୋଲି କହିଛନ୍ତି ସଭାପତି। ତେବେ କଂଗ୍ରେସ ଦଳ ପକ୍ଷରୁ ଅଧିକ କଣ ରହିଛି ଷ୍ଟ୍ରାଟେଜି ସେନେଇ କଂଗ୍ରେସ ଦଳର ସଭାପତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି । କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ