ଓଡିଶା

odisha

ETV Bharat / videos

କଳାହାଣ୍ଡିର ୧୩ଟି ପଞ୍ଚାୟତରେ ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ - କଳାହାଣ୍ଡି ଖବର

By

Published : Mar 13, 2022, 7:45 AM IST

Updated : Feb 3, 2023, 8:19 PM IST

ଭବାନୀପାଟଣା: ସରିଲା ବ୍ଲକ ଅଧକ୍ଷ୍ୟ ନିର୍ବାଚନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସମେତ ଜିଲ୍ଲାର ୧୩ ଟି ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ନିଜ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଜ୍ଞାତବାସରେ ଥିବା ସମିତି ସଦସ୍ୟ ଓ ସଦସ୍ୟା ମାନେ ଚୟନ କରୁଛନ୍ତି ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରାର୍ଥୀ । ଜିଲ୍ଲାର ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଭାବରେ ପ୍ରଫୁଲ୍ଲ ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଚନ୍ଦନ ସେନାପତି ନିର୍ବାଚିତ ହୋଇଥିବା ବେଳେ ନିଜ ନିକଟତମ ପ୍ରତିଦ୍ବନ୍ଦି ରାଜଲକ୍ଷ୍ମୀ ପଟ୍ଟନାୟକ ଙ୍କ ଠାରୁ ୪ ଟି ଭୋଟ ବ୍ୟବଧାନ ରେ ବିଜୟ ହୋଇଛନ୍ତି। ସେହି ଭଳି ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ଭାବରେ ମନ୍ଦାକିନୀ ସିଂହ ଦେଓ ନିର୍ବାଚିତ ହୋଇଥିବା ବେଳେ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବାଲମତୀ ମାଝୀଙ୍କ ଠାରୁ ୯ ଟି ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି। ସେପଟେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ଭାବରେ ବବିତା ପଟ୍ଟଯୋଶୀ ନିରଦ୍ଵନ୍ଦ ନିର୍ବାଚିତ ହୋଇଥିବା ବେଳେ କୋକସରା ବ୍ଲକ ଅଧ୍ୟକ୍ଷା ଭାବରେ ରିତା ଅଗ୍ରୱାଲ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଭାବରେ ଥବିର ବାଗ ନିର୍ବାଚିତ ହୋଇଥିବା ବେଳେ ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୯ ଟି ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି । କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details