Municipal Election: କେନ୍ଦ୍ରୀୟ ଯୋଜନା ନେଇ ବିଜେପି ପ୍ରାର୍ଥୀଙ୍କ ଭୋଟ ଭିକ୍ଷା - ପୌର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ
ବାଲେଶ୍ବର: ପୌର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନର ପ୍ରଚାରରେ ପ୍ରାର୍ଥୀମାନେ ଜୋରଦାର କରୁଛନ୍ତି ପ୍ରଚାର । ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକାରେ ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରଚାର ମୈଦାନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ଅନେକ ପ୍ରତିଶୃତି । ସେପଟେ ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଜେପି ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଯୋଜନା ଓ ରାଜ୍ୟ ସରକାରଙ୍କ ଦୁର୍ବଳତାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ କାଉନସିଲର ପ୍ରାର୍ଥୀ ଘରଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ସେପଟେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଛି ବେଶ ଉତ୍ସାହ । ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST