Municipal Election: ରେଢାଖୋଲରେ ବିଜେପିର ଜୋରଦାର ପ୍ରଚାର - ସମ୍ବଲପୁର ପୌର ନିର୍ବାଚନ ଖବର
ସମ୍ବଲପୁର: ସମ୍ବଲପୁର ରେଢାଖୋଲ ଏନଏସି ନିର୍ବାଚନ ପ୍ରଚାର ସରିବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ସରଗରମ ହୋଇଛି ରାଜନୈତିକ ବାତାବରଣ। 3 ପ୍ରମୁଖ ରାଜନୈତିକ ଦଳ ଅଧ୍ୟକ୍ଷ ପଦ ହତେଇବା ପାଇଁ ପ୍ରଚାର ଜୋରଦାର କରୁଛନ୍ତି। ପ୍ରଚାର ମୈଦାନରେ ନିଜ ପ୍ରାର୍ଥିଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଓହ୍ଲାଇଛନ୍ତି ବିଜେପିର ବହୁ ତୁଙ୍ଗ ନେତା । ରେଢାଖୋଲ ଏନଏସିର 6 ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର। ଏହି ପ୍ରଚାର ସମୟରେ ୱାର୍ଡ ନମ୍ବର 6ର ବିଜେପି ପ୍ରାର୍ଥି ରାମଚନ୍ଦ୍ର ପ୍ରଧାନ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି। ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ଗରିବଙ୍କ ଜମିପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅପହଞ୍ଚ ହେବା, ରାସ୍ତାଘାଟ ସମସ୍ୟାକୁ ପ୍ରମୁଖ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲେଇଛନ୍ତି । ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Feb 3, 2023, 8:20 PM IST