ଓଡିଶା

odisha

Block Chairman Election: ଖୋର୍ଦ୍ଧାରେ ବିଜେଡି ହାତକୁ ଗଲା 5ଟି ବ୍ଲକ

By

Published : Mar 13, 2022, 9:26 AM IST

Updated : Feb 3, 2023, 8:19 PM IST

ଖୋର୍ଦ୍ଧା: ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷରେ ନିର୍ବାଚନ ଶେଷ ହୋଇଛି। ଖୋର୍ଦ୍ଧା ଉପଖଣ୍ଡରେ ଥିବା 7ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ 5ଟି ବ୍ଲକରେ ବିଜେଡି ପ୍ରାର୍ଥୀ ଆସନ ଅକ୍ତିଆର କରିଛନ୍ତି। ଏବଂ ଦୁଇଟି ବ୍ଲକ ହାସଲ କରିଛି ବିଜେପି। ଖୋର୍ଦ୍ଧାରେ ବିଜେଡି ଦଳରୁ ଶ୍ରୀମୟୀ ପ୍ରିୟଦର୍ଶିନୀ ବିଜୟୀ ହୋଇଥିବାବେଳେ ବେଗୁନିଆରେ ଲକ୍ଷ୍ମୀଧର ସୁବୁଦ୍ଧି ବିଜୟୀ ହୋଇଛନ୍ତି। ସେହିପରି ଟାଙ୍ଗୀରେ ରିସ୍ନା ମାନ୍ଧାତା,ବୋଲଗଡ଼ରେ ହୁଲ୍ଲାସ ପ୍ରଧାନ ଓ ଜଟଣୀରେ ଜୟନ୍ତୀ ଛୋଟରାୟ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଚିଲିକା ବ୍ଲକରେ ଜ୍ୟୋସ୍ନାରାଣୀ ବେହେରା ଏବଂ ବାଣପୁର ଅମରେନ୍ଦ୍ର ରଣସିଂହ ବିଜେପି ଦଳରୁ ନିର୍ବାଚିତ ହୋଇଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details