ଓଡିଶା

odisha

By

Published : Feb 28, 2022, 9:59 PM IST

Updated : Feb 3, 2023, 8:18 PM IST

ETV Bharat / videos

ଝାରସୁଗୁଡା, ବୌଦ୍ଧ ଏବଂ ଅନୁଗୋଳରେ ଦୃଢ ସ୍ଥିତିରେ BJD

ଅନୁଗୋଳ: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ମତ ଗଣନା ଜାରି ରହିଛି । ଆଜି(ସୋମବାର) ତୃତୀୟ ଦିନରେ ଜିଲ୍ଲାରେ ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଜି ଚାରୋଟି ବ୍ଲକ ଏକ କାଳୀନ ଦୁଇଟି ଲେଖାଏଁ ଜୋନରେ ଭୋଟ୍ ଗଣତି ଚାଲିଛି । ଜିଲ୍ଲାର 28 ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ 15ଟିରେ ବିଜେଡ଼ି ବିଜୟୀ ହୋଇଥିବା ବେଳେ ଆଜି ଗଣା ଯାଉଥିବା ଆସନ ମଧ୍ୟରୁ 11ଟି ଆସନ କୁ ବିଜେଡି ଆଗରେ ରହିଛି । ସେହିଭଳି ଝାରସୁଗୁଡା ଜିଲ୍ଲାର ଜୋନ-୩ର ଭୋଟ ଗଣତି ଜାରି ରହିଛି । ସେହିପରି ବଡ଼ ବୌଦ୍ଧ ଜିଲ୍ଲାରେ ମଧ୍ୟ ଜାରି ରହିଛି ଭୋଟ୍ ଗଣନା । ଅନୁଗୋଳ ସଂଗ୍ରାମ ରଞ୍ଜନ ନାଥ, ବୌଦ୍ଧରୁ ସତ୍ୟନାରାୟଣ ପାଣି, ଝାରସୁଗୁଡାରୁ ଗୁରୁ ଚରଣ ବାଘଙ୍କ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

...view details