ଓଡିଶା

odisha

By

Published : Mar 26, 2022, 2:02 PM IST

Updated : Feb 3, 2023, 8:21 PM IST

ETV Bharat / videos

Municipal Polls: ଭଞ୍ଜନଗର NACରେ ବାଜି ମାରିଲା ବିଜେଡି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର NACରେ ବିଜେଡି ବିପୁଳ ବିଜୟ ହାସଲ କରିଛି । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର 8328 ଭୋଟରେ ବିଜୟୀ ହୋଇଛନ୍ତି l ଗୋପବନ୍ଧୁଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଶିବ ପ୍ରସାଦ ମହାପାତ୍ର 1402 ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ବିକ୍ରମ ବିଷୋୟୀ 307 ଖଣ୍ଡ ଭୋଟ ପାଇଛନ୍ତି । ଗୋପବନ୍ଧୁ ମହାପାତ୍ର ବିଜୟୀ ହେବା ପରେ NAC କାର୍ଯ୍ୟାଳୟକୁ ପାଛୋଟି ଆଣିବା ସହ ସେଠାରେ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ଦଳୀୟ ସମର୍ଥକ । ଆଗାମୀଦିନରେ ବିଜ୍ଞାପିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ସମସ୍ତ ଜନସାଧାରଣଙ୍କୁ ନେଇ ଚାଲିବି ବୋଲି କହିଛନ୍ତି ବିଜେଡି ବିଜୟୀ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର । ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details