'ଜୟ ଶ୍ରୀରାମ' ଦିଦିଙ୍କ ନାରା, 'ହରେ କୃଷ୍ଣ ହରେ ରାମ ବିଦା ହୁଅ ବିଜେପି-ବାମ' - ଜୟ ଶ୍ରୀରାମ ନାରା
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିର ପାରଦ ଯେତେ ବଢୁଛି, ନେତାଙ୍କ ବୟାନ ବାଜି ମଧ୍ୟ ସେତେ ତୀବ୍ରତର ହେବାକୁ ଲାଗିଛି । ପଶ୍ଚିମବଙ୍ଗରେ ବିଜେପିର ଜୟ ଶ୍ରୀରାମ ନାରାର ଜବାବ ନାରାରେ ହିଁ ଦେଇଛ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ହୁବଲୀରେ ଏକ ରାଲି ସମୟରେ ମମତା ବାନାର୍ଜୀ ହରେ 'କୃଷ୍ଣ ହରେ ରାମ ବିଦା ହୁଅ ବିଜେପି-ବାମ'ର ନାରା ଦେଇଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ଯେତେବେଳେ ଅଭିଭାଷଣ ଦେବାକୁ ଆସିଲେ, ସେତେବେଳେ ବିଜେପି କାର୍ଯ୍ୟକର୍ତ୍ତାମାନେ ଜୟ ଶ୍ରୀରାମ ନାରା ଦେବାକୁ ଲାଗିଲେ । ଏନେଇ ମମତା ନାରାଜ ହୋଇ କାର୍ଯ୍ୟକ୍ରମ ଅଧାରୁ ଭାଷଣ ଦେବାକୁ ମନା କରିଦେଇଥିଲେ ।