ଓଡିଶା

odisha

ETV Bharat / videos

ସୁରଟରେ ମର୍ମନ୍ତୁଦ ଦୁର୍ଘଟଣା, 15 ଶ୍ରମିକଙ୍କୁ ଚାପି ଦେଲା ଡମ୍ପର

By

Published : Jan 19, 2021, 6:27 PM IST

ଅହମ୍ମଦାବାଦ: ଗୁଜୁରାଟ କୋସମ୍ବାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ରମିକଙ୍କ ଉପରେ ଚଢିଗଲା ଡମ୍ପର । ରାସ୍ତାକଡରେ ଶୋଇଥିବା ଅବସ୍ଥାରେ ଡମ୍ପର ଚଢି 15 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ଦୁର୍ଘଟଣାରେ 8 ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାମୁତାବକ, ଗତ ବିଳମ୍ବିତ ରାତିରେ ସୁରଟର କିମ-ମାଣ୍ଡବ ରୋଡରେ ଏକ ଡମ୍ପର ଓଭରଟେକ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଡମ୍ପର ଭାରସାମ୍ୟ ହରାଇ ରାସ୍ତାକଡରେ ଶୋଇଥିବା 20 ଜଣ ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । ଫଳରେ ଦୁର୍ଘଟଣାରେ 15 ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ 12 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଜଣେ ହସ୍ପିଟାଲ ଯିବା ବାଟରେ ଅନ୍ୟ 2 ଜଣ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ।

ABOUT THE AUTHOR

...view details