ମା’ ସହ ଦୁଇ ଛୁଆ ବାଘର ମୃତଦେହ ଉଦ୍ଧାର, ପାଖରେ ପଡିଛି ଅଧାଖଣ୍ଡିଆ କୁକୁର - Three Leopards died under suspicious circumstances
ବେଙ୍ଗାଲୁରୁ: ସନ୍ଦେହଜନକ ଅବସ୍ଥାରେ ମା ସହ ଦୁଇ ଛୁଆ କଲରାପତରିଆ ବାଘର ମୃତଦେହ ଉଦ୍ଧାର । କର୍ଣ୍ଣାଟକ ମହୀଶୂରର ବେଲାଭାଡିରୁ ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ପହଞ୍ଚିଛନ୍ତି । ବାଘଙ୍କ ମୃତଦେହ ପଡିଥିବା ସ୍ଥାନରୁ କିଛି ଦୂରରେ କୁକୁରର ଅଧଖଣ୍ଡିଆ ମୃତଦେହ ପଡିଛି । ଏକ ଦ୍ରଦ ନିକଟରେ ମା ସହ ଛୁଆ ବାଘଙ୍କ ମୃତଦେହ ପଡିଛି । ବନବିଭାଗ ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ