ଓଡିଶା

odisha

ETV Bharat / videos

Snowfall In Badrinath Dham: ବଦ୍ରିନାଥରେ ବରଫ ମଜା ନେଲେ ପର୍ଯ୍ୟଟକ - ଚମୋଲି ଜିଲ୍ଲାରେ ତୁଷାରପାତର ମଜା ନେଲେ ପର୍ଯ୍ୟଟକ

By

Published : Dec 27, 2021, 1:18 PM IST

ଡେରାଡୁନ: ଉତ୍ତରାଖଣ୍ଡର ପାହାଡ଼ର ରାଣୀ ବୋଲାଉଥିବା ଜିଲ୍ଲା ଚମୋଲି ବଢିଛି ଶୀତର ପ୍ରକୋପ । ଫଳରେ ଚମୋଲିରେ ଖସିଛି ପାରଦ । ତାପମାତ୍ରା କମିବା ପରେ ଏଠାରେ ଥିବା ବିଶ୍ବପ୍ରସିଦ୍ଧ ବଦ୍ରିନାଥ ଧାମ ନିକଟରେ ତୁଷାରପାତ ହୋଇଛି । ଫଳରେ ଏଠାକାର ସୌନ୍ଦର୍ଯ୍ୟ ହୋଇଛି ଦ୍ବିଗୁଣିତ । ଧବଳ ବର୍ଣ୍ଣର ବରଫ ଚାଦରରେ ଘୋଡ଼ାଇ ହୋଇଛି ସ୍ଥାନୀୟ ଅଞ୍ଚଳ । ଏହାସହିତ ଓଲିରେ ମଧ୍ୟ ତୁଷାରପାତ ଆରମ୍ଭ ହୋଇଥିବା ବେଳେ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଏଠାରେ ପର୍ଯ୍ୟଟକ ପହଞ୍ଚିଛନ୍ତି । ତୁଷାରପାତ ମଜା ଉଠାଇବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।

ABOUT THE AUTHOR

...view details