ରାମୋଜୀ ଫିଲ୍ମ ସିଟିରେ ଗଣତନ୍ତ୍ର ଦିବସ ପାଳିତ - ରାମୋଜୀ ଫ୍ଲିମ ସିଟି
ସାରା ଦେଶରେ 72ତମ ଗଣତାନ୍ତ୍ରିକ ଦିବସ ପାଳିତ ହେଉଥିବା ବେଳେ ତେଲେଙ୍ଗାନାର ରାମୋଜୀ ଫିଲ୍ମ ସିଟିରେ ମଧ୍ୟ ଆଡମ୍ବର ସହକାରେ ଏହି ଦିବସକୁ ପାଳନ କରାଯାଇଛି । EENADU GROUP କମ୍ପାନୀର ଚେୟାରମ୍ୟାନ ରାମୋଜୀ ରାଓଙ୍କ ଦ୍ବାରା ଜାତୀୟ ପତାକାକୁ ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫିଲ୍ମ ସିଟିର ରାମମୋହନ ରାଓ, ବିଜୟେଶ୍ବରୀ, ଏଚଆର ସଭାପତି ଗୋପାଳ ରାଓ ଏବଂ ଇଟିଭି ଭାରତର ନିର୍ଦ୍ଦେଶକ ବ୍ରିହତି ଏବଂ ବହୁ ବରିଷ୍ଠ କର୍ମଚାରୀ ଯୋଗ ଦେଇଥିଲେ।