ରାକ୍ଷୀ ବାନ୍ଧିଲେ ବାବା ମହାକାଳ, ଲାଗି ହେଲା ଲଡୁ ଭୋଗ
ଭୋପାଳ: ଚଳିତବର୍ଷର ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ଏଥିସହ ଆଜି ମଧ୍ୟ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ବିଶେଷ ଭସ୍ମ ଆଳତୀ ସହ ବାବା ମହାକାଳଙ୍କୁ ରାକ୍ଷୀ ବନ୍ଧା ଯାଇଛି । ଏଥିସହ ଲଡୁ ଭୋଗ ମଧ୍ୟ ଲାଗି କରାଯାଇଛି । ବାବାଙ୍କ ଭସ୍ମ ଆଳତୀରେ ଶ୍ରଦ୍ଧାଳୁଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ 1,25,000 ଲଡୁ ଭୋଗ ଲାଗି ହେଇଥାଏ କିନ୍ତୁ କୋରୋନା ମହାମାରୀ ଯୋଗୁଁ ମାତ୍ର 11ହଜାର ଲଡୁର ଭୋଗ ଲାଗି ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ