ଓଡିଶା

odisha

By

Published : Jan 25, 2021, 7:22 PM IST

ETV Bharat / videos

ନେପାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ପ୍ରବଳ ବିରୋଧ ପ୍ରଦର୍ଶନ

କାଠମାଣ୍ଡୁ: ନେପାଳରେ ଥମୁନାହିଁ ରାଜନୈତିକ ସଙ୍କଟ । ଦିନକୁ ଦିନ ଅରାଜକତା ଭିତରକୁ ଠେଲି ହୋଇଯାଉଛି ଦେଶ । ଏହାରି ମଧ୍ୟରେ ସୋମବାର ନେପାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଦେଖିବାକୁ ମିଳିଛି ପ୍ରବଳ ବିରୋଧ ପ୍ରଦର୍ଶନ । ରାଜଧାନୀ କାଠମାଣ୍ଡୁରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ପ୍ରଦର୍ଶନକାରୀଙ୍କୁ ଘଉଡାଇବାକୁ ପୋଲିସ ଲାଠି ଚାର୍ଜ ସହିତ ପାଣିମାଡ କରିଛି । ସୋମବାର ରାଜଧାନୀ କାଠମାଣ୍ଡୁରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ସଂସଦ ଭଙ୍ଗକୁ ନେଇ ପ୍ରଦର୍ଶନ ହେଉଥିଲା । ମାନବାଧିକାର ଓ ଶାନ୍ତି ସମାଜର କର୍ମକର୍ତ୍ତାମାନେ ଏହି ପ୍ରଦର୍ଶନରେ ସାମିଲ ଥିଲେ । ତେବେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ନେପାଳ ପୋଲିସ ଗିରଫ କରିଛି ।

ABOUT THE AUTHOR

...view details