ଉଦାହରଣ ପାଲଟିଲେ ଅମିତ, ପିଠିରେ ବୋହି ବୃଦ୍ଧଙ୍କୁ କରାଇଲେ ମନ୍ଦିର ଦର୍ଶନ - ବଜରଙ୍ଗଗଡ଼ ପୋଲିସ ଷ୍ଟେସନ
ଭୋପାଳ: ଶ୍ରଦ୍ଧାଳୁଙ୍କୁ କାନ୍ଧରେ ବୁହାଇ ଉଦାହରଣ ସୃଷ୍ଟି କଲେ ପୋଲିସ ଅଧିକାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଗୁନା ଜିଲ୍ଲାର ବଜରଙ୍ଗଗଡ଼ ଅଞ୍ଚଳରେ । ସୂଚନାନୁସାରେ ବଜରଙ୍ଗଗଡ଼ ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଭୁଜି ମାତା ଶିବପୁରୀଙ୍କ ମନ୍ଦିର ପରିଦର୍ଶନ କରିବା ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ତେବେ ବୃଦ୍ଧ ଜଣକୁ ମନ୍ଦିରର ପାହାଚ ଚଢିବାକୁ ଅସମର୍ଥ ଥିବାରୁ ପୋଲିସ ଅଧିକାରୀ ଅମିତ ଅଗ୍ରୱାଲ ଏପରି କରିଥିବା ଜଣାପଡିଛି । ଆଉ ଏଥିପାଇଁ ଗୁନା ଜିଲ୍ଲାରେ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ପୋଲିସ ଅଧିକାରୀଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।