‘ଏମଏସପି ହେ, ଏମଏସପି ଥା, ଏମଏସପି ରହେଗା’
ନୂଆଦିଲ୍ଲୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନାରେ ଭାଗ ନେଇ ନିଜ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ଆନ୍ଦୋଳନ କଥା ଉଠାଇ ଏମଏସପି ହେ, ଏମଏସପି ଥା ଓ ଏମଏସପି ରହେଗା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଯେଉଁ 80 କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟ ସୁରକ୍ଷାରେ ରାସନ ଦିଆଯାଉଛି ତାହା ମଧ୍ୟ ବଳବତ୍ତର ରହିବ ବୋଲି ମୋଦି କହିଛନ୍ତି ।