ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅଟଳ ଟନେଲ’ - ହିମାଚଳପ୍ରଦେଶର ରୋହତାଙ୍ଗରେ ଅଟଲ ଟନେଲ ଉଦଘାଟିତ
ଶିମଲା: ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଅଟଳ ଟନେଲ । ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଟନେଲକୁ ହିମାଚଳପ୍ରଦେଶର ରୋହତାଙ୍ଗରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 3 ହଜାର ମିଟର ଉଚ୍ଚ ପାହାଡରେ ନିର୍ମିତ ହୋଇଛି ଟନେଲ । 9 କିମି ବିଶିଷ୍ଟ ବିଶ୍ବର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ । ଏହି ଟନେଲ ଯୋଗୁଁ ମନାଲି ଓ ଲେହର ଦୂରତା 46 କିମି ଦୂରତା ହ୍ରାସ ପାଇବ । ସମୟ ପ୍ରାୟ 4ରୁ 5ଘଣ୍ଟା କମି ଯିବ । ସାମିରକ ଦୃଷ୍ଟି କୋଣରୁ ମଧ୍ୟ ଏହି ଟନେଲ ଅନେକ ଗୁରୁତ୍ବ ରଖୁଛି । ଅଟଳ ଟନେଲ ଦୁନିଆର ସବୁଠାରୁ ଲମ୍ବା ରାଜପଥ ଟନେଲ । ବର୍ତ୍ତମାନ ଏହା ବର୍ଷ ତମାମ ଖୋଲା ରହିବ । ପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ 6 ମାସ ପର୍ଯ୍ୟନ୍ତ ଉପତ୍ୟକା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା ।