ଓଡିଶା

odisha

ETV Bharat / videos

ବଦ୍ରିନାଥ ଧାମରେ ତୁଷାରପାତ, ପାହାଡି ଗୀତରେ ଝୁମିଲେ ପର୍ଯ୍ୟଟକ - chamoli latest news

By

Published : Nov 14, 2019, 12:09 PM IST

ଡେରାଡୁନ: ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ କ୍ଷେତ୍ର ସମେତ ବଦ୍ରିନାଥ ଧାମରେ ତୁଷାରପାତ ଜାରି ରହିଛି । ଫଳରେ ସେଠାରେ ତାପମାତ୍ରାର ପାରଦ ସଂଖ୍ୟା ଦିନକୁ ଦିନ ଖସିବାରେ ଲାଗିଛି । ତଥାପି ସେଠାକାର ସ୍ଥାନୀୟ ବେପାରୀ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ବେଶ୍‌ ଖୁସି ଦେଖିବାକୁ ମିଳୁଛି । ଆଗାମୀ 17 ନଭେମ୍ବରରେ ବଦ୍ରିନାଥ ଧାମ ଦ୍ବାର ଛଅ ମାସ ପାଇଁ ବନ୍ଦ ରହିବ । ତେଣୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ସେଠାରେ ପହଞ୍ଚୁଛନ୍ତି । ଭଗବାନ ବଦ୍ରିନାଥଙ୍କ ଦର୍ଶନ କରିବା ସହ ତୁଷାରପାତର ବେଶ୍‌ ଜମା ନେଉଛନ୍ତି ପର୍ଯ୍ୟଟକ । ଏଥିସହ ସ୍ଥାନୀୟ ପାହାଡୀ ଭାଷା ଗଢଓ୍ବାଲୀ ଗୀତର ତାଳେତାଳେ ପର୍ଯ୍ୟଟକମାନେ ନାଚୁଥିବାର ଦେଖିବାକୁ ମିଳିଛି ।

ABOUT THE AUTHOR

...view details