ସରକାରୀ ଅଫିସରେ ଜୟଶ୍ରୀରାମ ପୋଷ୍ଟର, ବିଜେପି ନାଁରେ ମାମଲା - ଜୟଶ୍ରୀରାମ ପୋଷ୍ଟର
ପାଲକ୍କଡ: ବିଜେପି ନାଁରେ ସାମ୍ପ୍ରଦାୟିକ ହିଂସା ପ୍ରବର୍ତ୍ତାଇବା ଅଭିଯୋଗ । କେରଳର ପାଲକ୍କଡ ମ୍ୟୁନିସିପାଲଟି ବିଲ୍ଡିଂରେ ଜୟ ଶ୍ରୀରାମ ପୋଷ୍ଟର ମାରିବା ଅଭିଯୋଗରେ ବିଜେପିକର୍ମୀଙ୍କ ବିରୋଧରେ ମାମଲା ରୁଜୁ । ବୁଧବାର ପାଲକ୍କଡ ମ୍ୟୁନିପାଲଟିରେ ଦଳର ବିଜୟ ପରେ ଶ୍ରୀରାମଙ୍କ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ତେବେ ସରକାରୀ ଅଫିସରେ ଧାର୍ମିକ ପୋଷ୍ଟର ଲଗାଇ ଧର୍ମନିରପେକ୍ଷତାକୁ ଭଙ୍ଗ କରିଥିବା ଅଭିଯୋଗ ହୋଇଥିଲା ।