ଓଡିଶା

odisha

ମୁକେଶ ଜୈନ ଓକିଲ ଏପି ସିଂଙ୍କ ସହ ଇଟିଭି ଭାରତର ଆଲୋଚନା

By

Published : Jul 28, 2020, 12:37 PM IST

ବାଲେଶ୍ୱର: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅପରାଧୀଙ୍କ ମାମଲା ଲଢ଼ି ଚର୍ଚ୍ଚାରେ ଥିଲେ ଓକିଲ ଏପି ସିଂହ । ଏବେ ବାଲେଶ୍ୱରରେ ପହଞ୍ଚିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏପି ସିଂ । ରଥଯାତ୍ରାକୁ ନେଇ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ପୋଷ୍ଟକୁ ନେଇ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ମୁକେଶ ଜୈନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇ ବାଲେଶ୍ଵର ଜେଲରେ ରଖାଯାଇଛି । ମୁକେଶ ଜୈନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ କରି କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇ ଦିଆଯାଇଛି ବୋଲି ତାଙ୍କ ଓକିଲ ଏପି ସିଂ ଯୁକ୍ତି ବାଢିଛନ୍ତି । ଏହାସହ ସାଇବର କ୍ରାଇମ ପାଇଁ ତରବରିଆ ଭାବେ ମୁକେଶ ଜୈନଙ୍କୁ ବିନା ତଦନ୍ତରେ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details