ବାଲି ଖନନ ସମୟରେ ଦୃଶ୍ୟମାନ 200 ବର୍ଷ ପୁରୁଣା ଶିବ ମନ୍ଦିର, ଦେଖନ୍ତୁ ଭିଡିଓ - ବାଲି ଖୋଳୁ ଖୋଳୁ ମହାଦେବଙ୍କ ମନ୍ଦିର
ଅମରାବତୀ: ବାଲି ଖନନ ସମୟରେ ଦୃଶ୍ୟ ମାନ ହେଲା ଶୈବ ମନ୍ଦିର । ଆନ୍ଧ୍ରପ୍ରଦେଶରେ ଦୃଶ୍ୟମାନ ହେଲା ପ୍ରାଚୀନ ମନ୍ଦିର ନାଗେଶ୍ବର ମନ୍ଦିର । ନେଲୋର ଜିଲ୍ଲାର ପେରାମାଲ୍ଲା ଗାଁରେ ସର୍ବ ପୁରାତନ ମନ୍ଦିର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମନ୍ଦିରଟି ଦୀର୍ଘ 200 ବର୍ଷ ପୁରୁଣା । ଅନ୍ୟ କେତେକ ଏହାକୁ ପର୍ଶୁରାମ ରାମ ନିର୍ମାଣ କରିଥିବା 101 ମନ୍ଦିର ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି । ନଦୀ ଭିତରୁ ମନ୍ଦିରକୁ ବାହାର କରିବାକୁ ସ୍ଥାନୀୟ ଲୋକେ ଲାଗିପଡିଛନ୍ତି ।