ପୁଣି କାଶ୍ମୀର ଘାଟିରେ ତୁଷାରପାତ ଜାରି
ଶ୍ରୀନଗର: କାଶ୍ମୀର ଘାଟିରେ ଏକ ସପ୍ତାହ ହେଲା ଶୀତ ଲହରୀ ଜାରି ରହିଛି । ତେବେ ଆଜି ପୁଣି ସେଠାରେ ବରଫପାତ ଆରମ୍ଭ ହୋଇ ଯାଇଛି । ଶ୍ରୀନଗର ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ ତୁଷାରପାତ ହେଉଛି । ଫଳରେ ଜମ୍ମୁ ଓ କାଶ୍ମୀରରେ ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । ଅନ୍ୟପଟେ କାଶ୍ମୀରରେ ପ୍ରାୟ 4ଇଞ୍ଚର ବରଫ ଜମି ସାରିଥିବାବେଳେ ତୁଷାରପାତ ଜାରି ରହିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ