ଓଡିଶା

odisha

By

Published : May 2, 2020, 5:39 PM IST

Updated : May 2, 2020, 6:32 PM IST

ETV Bharat / videos

କୋରେନା ଫ୍ରଣ୍ଟଲାଇନ ୱାରିୟର୍ସଙ୍କ ପାଇଁ ସେନାର ସମ୍ମାନ

ହାଇଦ୍ରାବାଦ: କୋରୋନା ଯୋଦ୍ଧାଙ୍କୁ ଭିଡିଓ ମାଧ୍ୟମରେ ସମ୍ମାନ ଜଣାଇଲା ସେନା । ସାରାଦେଶର କୋରୋନା ଫ୍ରଣ୍ଟଲାଇନ ୱାରିୟର୍ସଙ୍କ ପାଇଁ ଆମେ ଗର୍ବିତ କହି ଏକ ଭାବବିହ୍ବଳ ଭିଡିଓ ଜାରି କରି 'ହର କାମ ଦେଶକେ ନାମ'ର ବାର୍ତ୍ତା ଦେଇଛି ଭାରତୀୟ ସେନା । ଏହି ଭିଡିଓରେ କୋରୋନା ବିରୋଧୀ ଲଢେଇରେ ନିଜ ଜୀବନକୁ ବାଜି ଲଗାଇ ସାମିଲ ହୋଇଥିବା ଦେଶର ସମସ୍ତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ , ପୋଲିସ କର୍ମୀଙ୍କୁ ସମ୍ମାନ ଜଣାଇଛି ଭାରତୀୟ ସେନା । ଏହାସହ ଏହି ଭିଡିଓରେ ଭାରତୀୟ ଜଳ, ସ୍ଥଳ ଓ ବାୟୁ ତିନି ସେନାଙ୍କୁ ମଧ୍ୟ ଦେଖାଯାଇଛି । ଯେଉଁମାନେ ଏହି ମହାମାରୀ ବିପଦ ବେଳେ ଦେଶବାସୀଙ୍କ ସୁରକ୍ଷା ପାଇଁ ଅନବରତ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି ।
Last Updated : May 2, 2020, 6:32 PM IST

ABOUT THE AUTHOR

...view details