ଲଦାଖରେ ଭାରତୀୟ ବାୟୁ ସେନାର ଲୋ- ଫ୍ଲାଇଂ ଅଭ୍ୟାସ
ଶ୍ରୀନଗର: ପ୍ରାୟ 13ହଜାର 5ଶହ ଫୁଟ ଉଚ୍ଚତାରେ ଅବସ୍ଥିତ ଲଦାଖର ମିରେଲିରେ ଏୟାର ବେସରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁ ସେନାର ଲଢୁଆ ହେଲିକପ୍ଟର ଚିନୁକ ଓ ଆପାଚେ । ଚୀନ ସୀମାଠାରୁ ମାତ୍ର 25 କିଲୋମିଟର ଦୂରରେ ଥିବା ବିଶ୍ବର ସର୍ବୋଚ୍ଚ ଉଚ୍ଚତମ ଏୟାର ବେସରେ ଏହି ଦୁଇ ଲଡୁଆ ହେଲିକପ୍ଟର ଲୋ-ଫ୍ଲାଇଂ କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଛନ୍ତି । ଗତ ବର୍ଷ ମେ-ଜୁନ୍ ଠାରୁ ଆପାଚେ ଉକ୍ତ ସ୍ଥାନରେ ମୁତୟନ ହୋଇ ଆସିଛି । @ANI