ଓଡିଶା

odisha

ପାଟନା-ଗୟା ରେଳଷ୍ଟେସନରେ କାର ସହ ଧକ୍କା ହେଲା ଟ୍ରେନ: ଦମ୍ପତି ମୃତ ଓ ଶିଶୁ ଗୁରୁତର

By

Published : Jul 18, 2020, 3:37 PM IST

ପାଟନା: ପାଟନା-ଗୟା ରେଳଷ୍ଟେସନର ପଠୋହୀ ନିକଟରେ ଏକ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ବେଆଇନ ଭାବେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ଏକ କାର୍ ପାଟନାରୁ ରାଞ୍ଚି ଯାଉଥିବା ଟ୍ରେନ ସହ ଧକ୍କା ହୋଇଛି । ଘଟଣାରେ କାରରେ ଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଗାଡିରେ ଥିବା ଶିଶୁ ଗୁରୁତର ରହିଛି । ତେବେ ସ୍ଥାନୀୟବାସୀଙ୍କ ସହାୟତାରେ କାରରେ ଥିବା ଗୁରୁତର ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁସାରେ ମୃତ ଦମ୍ପତି ପୀଠହୀର ଧରହରା ଗାଁର ନିବାସୀ ସୁରେନ୍ଦ୍ର ସିଂଙ୍କ ଝିଅ ଓ ଜ୍ବାଇଁ ଥିଲେ । ଉକ୍ତ ଗାଡିରେ ତାଙ୍କ ଝିଅ-ଜ୍ବାଇଁ ସହ 5 ବର୍ଷର ନାତି ଥିଲା । ସେପଟେ ଦୁର୍ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ABOUT THE AUTHOR

...view details