ସାମାଜିକ ଦୂରତାକୁ ଫୁ କରି ପାଳିଲେ ଫିସ୍ ଫେଷ୍ଟିଭାଲ, ଦେଖନ୍ତୁ ଭିଡିଓ...
ଚେନ୍ନାଇ: ଦେଶ କୋରୋନା ସଙ୍କଟରେ ଗତି କରୁଛି । କୋରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ପାଳନକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ହେଲେ ତାମିଲନାଡୁର ଆରିୟାଲୁର ଜିଲ୍ଲାରେ ଏହି ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରି ଶହ ଶହ ଲୋକ ମାଛ ମହୋତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ଆରିୟାଲୁର ଜିଲ୍ଲାର ନାକକମ୍ବାଡି ଗାଁର ପ୍ରସିଦ୍ଧ ଉତ୍ସବ ହେଉଛି ମାଛ ପର୍ବ | ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଏକତ୍ରିତ ହୋଇ ଏହି ଉତ୍ସବ ପାଳନ କରିଥାନ୍ତି । ଚଳିତ ବର୍ଷ କୋରୋନା ବ୍ୟାପିବା ପରେ ଏହି ସମାବେଶକୁ ବାରଣ କରାଯାଇଥିଲା । ବାରଣ ସତ୍ତ୍ବେ ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀକୁ ଅବମାନନା କରି ବହୁ ସଂଖ୍ୟାରେ ଲୋକ ଏହି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ ....