ହାଇଦ୍ରାବାଦର ମନ୍ଦିରରେ ପ୍ରାର୍ଥନା କରୁଛି ଘୋଡା, ଦେଖନ୍ତୁ ଭିଡିଓ - ଘୋଡା ଠାକୁରଙ୍କୁ ପୂଜାକରିବା ଘଟଣା
ହାଇଦ୍ରାବାଦ: ସାଧାରଣତଃ ଭାବେ ମଣିଷ ଭଗବାନଙ୍କୁ ପୂଜା କରିବାର ଦେଖିବାକୁ ମିଳିଥାଏ। କିନ୍ତୁ ହାଇଦ୍ରାବାଦର ବାଗଲକୋଟ ଜିଲ୍ଲା ଅଞ୍ଜନେୟ ନିକଟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଅଞ୍ଜନେୟ ନିକଟ ଏକ ମନ୍ଦିର ସମ୍ମୁଖରେ ଘୋଡାଟିଏ ମୁଣ୍ଡକୁ ତଳକୁ କରି ପୁରା 20 ମିନିଟ ନିରବ ରହିଥିବା ଦେଖିବାକୁ ମିଳିଛି । ରାସ୍ତାଦେଇ ଯାଉଥିବା ଲୋକେ ଘୋଡାର ଏପରି ବ୍ୟବହାର ଦେଖି ଆଚମ୍ବିତ ହେବା ସହ ତା'ର ଭାବପ୍ରବଣାତାକୁ ଛିଡାହୋଇ ଦେଖିଥିଲେ । ତେବେ ଜଣେ ସ୍ଥାନୀୟ ଶିକ୍ଷକ ଘୋଡାର ସମ୍ପୂର୍ଣ୍ଣ ଚିତ୍ରକୁ ମୋବାଇଲରେ କଏଦ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ